ପିଏସିରୁ ଭର୍ତ୍ତୃହରିଙ୍କ ଇସ୍ତଫା

0
328
vatruhari mahatab resigned
vatruhari mahatab resigned

ଭୁୁବନେଶ୍ୱର : ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କେନ୍ଦ୍ର ସରକାରଙ୍କ ପବ୍ଳିକ ଆକାଉଣ୍ଟସ ସବ କମିଟି(ପିଏସି-୧) ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ  ଶ୍ରୀ ମହତାବ ଆହୁରି ମଧ୍ୟ ଅନେକ କମିଟିରେ ସଦସ୍ୟ ଅଛନ୍ତି ।

କଟକ ଲୋକସଭାରୁ  ସାଂସଦ ଭର୍ତ୍ତୃହରି ମହତାବ ସୋମବାର କେନ୍ଦ୍ର ସରକାରଙ୍କ ପବ୍ଳିକ ଆକାଉଣ୍ଟସ ସବ କମିଟି(ପିଏସି-୧) ପଦରୁ ଇସ୍ତଫା ଦେଇଛନ୍ତି । ମହତାବ ତାଙ୍କ ଇସ୍ତଫା ପତ୍ରକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ନିକଟକୁ ପଠାଇ ଦେଇଛନ୍ତି । କିନ୍ତୁ ଇସ୍ତଫା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି କାରଣ ମିଳି ନଥିଲେ ମଧ୍ୟ ଏହା ସତ ବୋଲି ଜଣାପଡ଼ିଛି । ମହତାବ ୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ କଟକ ଲୋକସଭା ଆସନରୁ ବିଜୟୀ ହୋଇ ସାଂସଦ ହେବା ପରେ ପବ୍ଲିକ ଆକାଉଣ୍ଟସବ କମିଟିର ଆବାହକ ଭାବେ ୨୦୧୪ରୁ ଦାୟିତ୍ୱ ତୁଲାଉଥିଲେ । ସେ ପିଏସି ପଦ ସହିତ ଅନ୍ୟ କମିଟିରେ ମଧ୍ୟ ରହିଥିଲେ । ଶ୍ରୀ ମହତାବ ଏବେ ଏଥିକ୍ସ କମିଟି, ଜେନେରାଲ ପରପୋଜ କମିଟି, ପିଏସି ସବକମିଟି-୨ର ସଦସ୍ୟ ଓ ରେଳବାଇ କମିଟିର ଅଧ୍ୟକ୍ଷ ଅଛନ୍ତି । ଏତଦ ବ୍ୟତୀତ ଶ୍ରୀ ମହତାବ ଆହୁରି ମଧ୍ୟ ଅନେକ କମିଟିରେ ସଦସ୍ୟ ଅଛନ୍ତି ।