ଓଡ଼ିଶାରେ ହେବ ବିଦେଶ ଭବନ

0
256
foreign office to be at bbsr
foreign office to be at bbsr

ଭୁୁବନେଶ୍ୱର  :  ଓଡ଼ିଶାରେ ହେବ ବିଦେଶ ଭବନ  ।  ଓଡ଼ିଶାରୁ ବିଦେଶ ଯାଉଥିବା ବ୍ୟକ୍ତିମାନେ ଅନେକ ସମସ୍ୟାରୁ ବର୍ତ୍ତି ଯିବେ ବୋଲି ଆଶା କରାଯାଉଛି ।

ଓଡ଼ିଶାରେ ଏକ ବିଦେଶ ଭବନ ନିର୍ମାଣ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । ଏ ନେଇ ଜମି ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶାରେ ବିଦେଶ ଭବନ ନିର୍ମାଣ ହେଲେ ରାଜ୍ୟରୁ ବିଦେଶ ଯାଉଥିବା ବ୍ୟକ୍ତିମାନେ ଅନେକ ସମସ୍ୟାରୁ ବର୍ତ୍ତି ଯିବେ ବୋଲି ଆଶା କରାଯାଉଛି । କାରଣ ବିଦେଶରେ ଅଫିସିଆଲ ମାମଲା ନେଇ ହେଉଥିବା ସମସ୍ୟାର ସମାଧାନ ଏଇଠି ହୋଇଯିବ ।

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଥିବା ବନ୍ଧୁତ୍ୱପୂର୍ଣ୍ଣ ସଂପର୍କର ଫଳଶ୍ରୁତି ରୂପକ ଏହି ନୂତନ କାର୍ଯ୍ୟାଳୟ ଓଡ଼ିଶାରେ ଖୋଲିବାକୁ ଯାଉଛି । ଏ ନେଇ କେନ୍ଦ୍ର ବୈଦେଶିକ ବ୍ୟାପର ସଚିବ ବି.ଏନ. ମୁଲ୍ଳେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିଦେଶ ଭବନ ନିର୍ମାଣ ପାଇଁ ଭୁବନେଶ୍ୱରରେ ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

ଓଡ଼ିଶାର ଲୋକ ଆରବ ଦେଶ ସମୂହ ସହିତ ଅନ୍ୟ ଦେଶକୁ ଯାଉଥିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହାର ସମାଧାନ ପାଇଁ ସେମାନଙ୍କୁ ନୂଆଦିଲ୍ଲୀ କିମ୍ବା ଅନ୍ୟ ରାଜ୍ୟ ଯିବାକୁ ପଡୁଛି । ଭୁବନେଶ୍ୱରରେ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟର ଏକ ଆଂଚଳିକ ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା କରାଗଲେ ସେସବୁର ଆଉ ଅସୁବିଧା ରହିବ ନାହିଁ ।