ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

0
264
vigilance raid
vigilance raid
ଜୟପୁର : ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ କଟକ ଭିଜିଲାନ୍ସର ଏକ ଟିମ କୋରାପୁଟ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ଭୋଳଙ୍କ ଘରେ ଚଢଉ କରିଛି ।

ପୁଣି ଭିଜିଲାନ୍ସ ଜାଲରେ ଧରାପଡିଲେ ଯନ୍ତ୍ରୀ । ଆଦିବାସୀ ଅଧୂଷିତ କୋରାପୁଟ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ଭୋଳଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ କଟକ ଭିଜିଲାନ୍ସର ଏକ ଟିମ ଶିବପ୍ରସାଦଙ୍କ ଘରେ ଚଢଉ ଜାରି ରଖିଛି ।

ଜୟପୁର ଡିଭିଜନ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ଶିବପ୍ରସାଦ । ଆଜି ସକାଳେ ଭିଜିଲାନ୍ସର ୫ ଜଣିଆ ଟିମ୍ ପ୍ରଥମେ ଶ୍ରୀ ଭୋଳଙ୍କର ସରକାରୀ କାର୍ୟ୍ୟାଳୟ , ଜୟପୁରର ସରକାରୀ ବାସଭବନ ସମେତ ଗୋପ ଓଡଗାଁ ସ୍ଥିତ ତାଙ୍କ ପୈତୃକ ଘରେ ଚଢଉ କରିଥିବା ସୂଚନା ମିଳିଛି । ଚଢଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡିଛି ।

ଶିବପ୍ରସାଦଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ରହିଥିବାବେଳେ ଅନେକ ସମୟରେ ନିମ୍ନମାନର କାମ କରୁଥିବା ଅଭିଯୋଗ ଆସିଥିଲା । ଏହାକୁ ଆଧାର କରି ଆଜି କଟକ ଭିଜିଲାନ୍ସ ଟିମ୍ ରେଡ କରିଥିବା ଜଣାପଡିଛି ।