ବଢ଼ୁଛି ଦଙ୍ଗା

0
433
violence
violence

ଭୁବନେଶ୍ୱର : ପୂର୍ବବର୍ଷ ତୁଳନାରେ ରାଜ୍ୟରେ ୨୦୧୭ ମସିହାରେ ଦଙ୍ଗା ବୃଦ୍ଧି ପାଇଛି । ୨୦୧୬ରେ ୧୯୧୪ଟି ଦଙ୍ଗା ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨୦୧୭ ମସିହାରେ ୨୪୦୭ଟି ଦଙ୍ଗା ସଂଗଠିତ ହୋଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ଗ୍ରାମ୍ୟ ବିବାଦ ଯୋଗୁ ଅଧିକାଂଶ ଦଙ୍ଗା ହୋଇଥିବାବେଳେ ରାଜନୈିତିକ ଦ୍ୱନ୍ଦ, ସାଂପ୍ରଦାୟିକ ହିଂସା, କାରଖାନା ଶ୍ରମିକ ଆନ୍ଦୋଳନ ସମେତ ଅନ୍ୟାନ୍ୟ କାରଣରୁ ଦଙ୍ଗା ହୋଇଥିବା ଜଣାପଡିଛି ।

ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୭ ମସିହାରେ ୨୪୦୭ଟି ଦଙ୍ଗା ପଞ୍ଜୀକୃତ ହୋଇଥିଲା । ସେଥିରୁ ୧୪୫୦ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଥିଲା । ୨୦୧୬ରେ ଦଙ୍ଗା ସଂଖ୍ୟା ଥିଲା ୧୯୧୪ । ତନ୍ମଧ୍ୟରୁ ୧୦୪୮ଟି ମାମଲାରେ ଦୋଷାରପ ଫର୍ଦ୍ଦ ଦାଖଲ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ୨୦୦୮ ମସିହାରେ ୨୭୨୧ଟି ଦଙ୍ଗା ଘଟିଥିବା ବେଳେ ତନ୍ମଧ୍ୟରୁ ୨୬୬୫ଟି ସତ୍ୟ ଉପରେ ପର୍ଯ୍ୟବେସିତ ଥିଲା ।

ଯେଉଁଥିରେ ସାଂପ୍ରଦାୟିକ ହିଂସା ଜନିତ ଦଙ୍ଗା ସର୍ବାଧିକ ୯୨୩ଟି ଥିଲା । ଗ୍ରାମ୍ୟ ବିବାଦ ଜଳିତ ଦଙ୍ଗା ମାମଲା ୨୩୫ଟି ଥିବାବେଳେ କାରଖାନାରେ ଶ୍ରମିକ ଆନ୍ଦୋଳନ ଜନିତ ମାମଲା ୧୧୪ଟି, ରାଜନୈତିକ ଦ୍ୱନ୍ଦ ଯୋଗୁ ଦଙ୍ଗା ମାମଲା ୯୩ଟି ଥିଲା । ତାଛଡା ଜମିଜମା ବିବାଦରେ ୪୧, ଛାତ୍ର ଆନ୍ଦୋଳନରେ ୨୩, ଜାତିଗତ ବିଦ୍ୱେଷରେ ୮ଟି ଓ ଅନ୍ୟାନ୍ୟ କାରଣ ପାଇଁ ୧୨୨୮ଟି ଦଙ୍ଗା ମାମଲା ହୋଇଥିଲା ।୨୦୦୯ ମସିହାରେ ପଞ୍ଜିକୃତ ମାମଲା ମଧ୍ୟରୁ ୧୬୮୮ଟି ସତ୍ୟ ଉପରେ ପର୍ଯ୍ୟବେସିତ ଥିଲା ।

ଯେଉଁଥିରେ ଗ୍ରାମ୍ୟ ବିବାଦ ଜନିତ ମାମଲା ସର୍ବାଧିକ ୧୮୨ଟି ଥିଲା । ତା ତଳକୁ ଥିଲା ରାଜନୈତିକ ଦ୍ୱନ୍ଦ ମାମଲା । ୧୪୧ଟି ଏଭଳି ମାମଲା ହୋଇଥିବାବେଳେ ସାଂପ୍ରଦାୟିକ ବିବାଦ ଯୋଗୁ ୭୨ଟି, କାରଖାନା ଶ୍ରମିକ ଆନ୍ଦୋଳନ ଯୋଗୁ ୮୧ଟି, ଛାତ୍ର ଆନ୍ଦୋଳନ ଯୋଗୁ ୨୭ଟି, ଜମିଜମା ବିବାଦ ଯୋଗୁ ୩୦ଟି, ଜାତିଗତ ବିଦ୍ୱେଷ ପାଇଁ ୧୪ଟି ଓ ଅନ୍ୟାନ୍ୟ କାରଣ ପାଇଁ ୧୧୪୧ଟି ଦଙ୍ଗା ମାମଲା ହୋଇଥିଲା । ସେହିପରି ୨୦୧୦ରେ ପଞ୍ଜିକୃତ ମାମଲା ମଧ୍ୟରୁ ୧୭୩୪ଟିରେ ସତ୍ୟତା ଥିଲା । ଯେଉଁଥିରେ ଗ୍ରାମ୍ୟ ବିବାଦ ଜନିତ ଦଙ୍ଗା ସର୍ବାଧିକ ୨୧୧ଟି ଥିଲା ।

ତାଛଡା କାରଖାନା ଶ୍ରମିକ ଅନ୍ଦୋଳନ ଜନିତ ୮୫ଟି ଦଙ୍ଗା ହୋଇଥିବାବେଳେ ରାଜନୈତିକ ଦ୍ୱନ୍ଦ ଯୋଗୁ ୬୩ଟି ମାମଲା ହୋଇଥିଲା । ୨୦୧୧ ମସିହାରେ ପଞ୍ଜିକୃତ ମାମଲା ମଧ୍ୟରୁ ୧୫୦୭ଟିରେ ସତ୍ୟତା ଥିବା ଅନୁସନ୍ଧାନରୁ ଜଣାପଡିଥିଲା । ଯେଉଁଥିରେ ଗ୍ରାମ୍ୟ ବିବାଦ ଜନିତ ମାମଲା ସର୍ବାଧିକ ୧୪୦ଟି ଥିଲା । କାରଖାନା ଶ୍ରମିକ ଆନ୍ଦୋଳନ ଜନିତ ମାମଲା ୭୦ ଥିବାବେଳେ ରାଜନୈତିକ ଦ୍ୱନ୍ଦ ଯୋଗୁ ୫୭ଟି ଥିଲା । ସେହିପରି ୨୦୧୨ ମସିହାରେ ପଞ୍ଜିକୃତ ମାମଲା ମଧ୍ୟରୁ ୨୧୪୧ଟିରେ ସତ୍ୟାତା ଥିବା ଜଣାପଡିଥିଲା ।

ସେହି ବର୍ଷ ରାଜନୈତିକ ଦ୍ୱନ୍ଦ ଜନିତ ଦଙ୍ଗା ସର୍ବାଧିକ ୩୧୬ଟି ଥିଲା । ଗ୍ରାମ୍ୟ ବିବାଦ ଯୋଗୁ ୨୩୨ଟି ମାମଲା ହୋଇଥିବାବେଳେ କାରଖାନା ଶ୍ରମିକ ଆନ୍ଦୋଳନ ଯୋଗୁ ୪୨ଟି ମାମଲା ହୋଇଥିଲା । ୨୦୧୩ ମସିହାରେ ପଞ୍ଜିକୃତ ମାମଲା ମଧ୍ୟରୁ ୧୮୬୦ଟିରେ ସତ୍ୟତା ଥିଲା ବେଳେ ୨୦୧୪ ମସିହାରେ ପଞ୍ଜିକୃତ ମାମଲା ମଧ୍ୟରୁ ୮୪୭ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିଲା ।
୨୦୧୫ରେ ପଞ୍ଜିକୃତ ମାମଲା ମଧ୍ୟରୁ ୧୯୧୯ଟି ସତ୍ୟ ଥିବା ଜଣାପଡିଥିଲା । ତନ୍ମଧ୍ୟରୁ ୧୦୭୪ଟିର ଦୋଷାରୋପ ଫର୍ଦ୍ଦ ଦାଖଲ କରିବାରେ ପୋଲିସ ସମର୍ଥ ହୋଇଥିଲା । ସେହିପରି ୨୦୧୬ରେ ୧୯୧୪ଟି ଦଙ୍ଗା ହୋଥଇଥିବାବେଳେ ୧୦୪୮ଟି ମାମଲାରେ ଦୋଷାରେପ ଫର୍ଦ୍ଦ ଦାଖଲ କରାଯାଇଥିବା ଗୃହ ବିଭାଗ ସୂତ୍ରରୁ ଜଣାପଡିଛି ।