ଶ୍ରମ ବିଭାଗ କର୍ମଚାରୀଙ୍କ ମଜୁରୀ ବଢ଼ିଲା

0
269
labourer wages hiked
labourer wages hiked

ଭୁବନେଶ୍ୱର  : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗରେ କାର୍ଯ୍ୟରତ ଶ୍ରମିକ ତଥା କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ଏ ନେଇ ଗେଜେଟ ପ୍ରକାଶିତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସର୍ବନିମ୍ନ ମଜୁରୀ ବୋର୍ଡଙ୍କ ମଜୁରୀ ବୃଦ୍ଧି ଅନୁମୋଦନ କ୍ରମେ ସରକାର ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଫଳରେ ପୂର୍ବରୁ ସେମାନେ ଦୈନିକ ୨ ଶହ ଟଙ୍କା ପାଉଥିବା ବେଳେ ବର୍ଦ୍ଧିତ ଦରରେ ୨୮୦ ଟଙ୍କା ପାଇବେ ।

ସେହିପରି ଅର୍ଦ୍ଧକୁଶଳୀଙ୍କ ମଜୁରୀ ୪୫ ପ୍ରତିଶତ ବୃଦ୍ଧି କରିଛନ୍ତ୍ି । ଫଳରେ ସେମାନଙ୍କ ମଜୁରୀ ୨୨୦ ଟଙ୍କାରୁ ବଢ଼ି ୩୨୦ ଟଙ୍କା ହେବ । କୁଶଳୀଙ୍କ ପାଇଁ ୫୪ ପ୍ରତିଶତ ବୃଦ୍ଧି କରାଯାଇଛି । ୨୪୦ ଟଙ୍କା ବଦଳରେ ସେମାନେ ୩୭୦ ଟଙ୍କା ଦୈନିକ ମଜୁରୀ ପାଇବେ । ଅତି କୁଶଳୀଙ୍କ ପାଇଁ ସର୍ବାଧିକ ମଜୁରୀ ବଢ଼ିଛି । ସେମାନଙ୍କ ପାଇଁ ୬୫ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ପୂର୍ବରୁ ସେମାନେ ୨୬୦ ଟଙ୍କା ପାଉଥିବା ବେଳେ ଏବେ ୪୩୦ ଟଙ୍କା ପାଇବେ । ଏହା ଦ୍ୱାରା ପ୍ରାୟ ଦୁଇ କୋଟି ଶ୍ରମିକ ଉପକୃତ ହେବ ବୋଲି ଜଣାପଡିଛି ।