ସର୍ଯ୍ୟ ମନ୍ଦିରରେ ଜଳ ନିଷ୍କାସନ ସମସ୍ୟା ଉପୁଜିଛି। ଅସରାଏ ବର୍ଷାରେ ମନ୍ଦିର ପରିସରରେ ଲହଡି ଭାଙ୍ଗୁଛି ପାଣି । ପାଣି ନିଷ୍କାସନ ପାଇଁ ଥିବା ୨ଟି ମୋଟରରୁ ଗୋଟିଏ ଅଚଳ ହେବାରୁ ପାଣି ନିଷ୍କାସନ କରିବାରେ ବାଧା ଉପୁଜିଛି। ଫଳରେ ପର୍ଯ୍ୟଟକମାନେ ନାହିଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଠାରେ ଟିକେଟର ମୂଲ୍ୟ ବୃଦ୍ଧି କରାଯାଉଥିଲେ ମଧ୍ୟ ଅନେକ ବର୍ଷ ଧରି ଠିକ୍ ଭାବେ ଡ୍ରେନେଜ ସିଷ୍ଟମ କରାନଯିବା ନେଇ ସଧାରଣରେ ଅସନ୍ତୋଷ ଦେଖାଦେଇଛି। ଏହି ମର୍ମରେ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ପ୍ରତିକ୍ରିୟା ରଖିଛି ।
ଏଏସଆଇ ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଏଚ.ଏ ନାୟକ କହିଛନ୍ତି କୋଣାର୍କରେ ପାଣି ସମସ୍ୟା ଆଗରୁ ଥିଲା ଓ ଏବେ ବି ରହିଛି। ଡ୍ରେନ ସଫା କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। କେବଳ ମୋଟର ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ ବର୍ତ୍ତମାନ ଏକମାତ୍ର ବିକଳ୍ପ । ଉନ୍ନତମାନର ଡ୍ରେନ ପାଇଁ ୫୦ ଲକ୍ଷ ଟଙ୍କାର ଅଟକଳ କରାଯାଇଛି। ଏଏସଆଇ ଡିଜିଙ୍କ ଅନୁମୋଦନ ପାଇଁ ଖର୍ଚ୍ଚ ଅଟକଳ ପଠାଯାଇଛି । ଆସନ୍ତା ବର୍ଷ ସୁଦ୍ଧା କୋଣାର୍କରେ ଜଳ ସମସ୍ୟା ରହିବନି ବୋଲି ସେ ଆଶା କରୁଥିବା କହିଛନ୍ତି।
ପ୍ରକାଶ, ସୂର୍ଯ୍ୟମନ୍ଦିରରେ ଏଭଳି ସ୍ଥିତି ପୂର୍ବରୁ ୨୦୧୦ ରୁ ୨୦୧୬ ମଧ୍ୟରେ ଉପୁଜିଥିଲା। ଗତବର୍ଷ ଜୁଲାଇ ୧୨ ଅକ୍ଟୋବର, ୬ ନଭେମ୍ବର ଓ ୧୫ ତାରିଖରେ ମନ୍ଦିର ପରିସରରେ ବର୍ଷାପାଣି ଲହଡି ଭାଙ୍ଗିଥିଲା। ବାରମ୍ବାର ମନ୍ଦିର ପରିସର ଓ ଚାରିପାଖରେ ଜମି ରହୁଥିବା ବର୍ଷା ପାଣି ନିଷ୍କାସନ ପାଇଁ କୋଟିକୋଟି ଟଙ୍କା ବ୍ୟୟ ଇଟକଳରେ ଡ୍ରେନ ନିର୍ମାଣ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ଆସୁନାହିଁ। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ସ୍ଥାୟୀ ସମାଧାନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।