ଇଏ କି ମାନସିକତା : ନିଜ ଝିଅକୁ….

0
350
set fire to daughter
set fire to daughter

ମଧ୍ୟପ୍ରଦେଶ  :  ସଚେତନତା ସତ୍ୱେ ଏବେ ବି ଲୋକଙ୍କ ମାନସିକତାରେ ବିଶେଷ ପରିବର୍ତନ ହୋଇାନାହିଁ । ମଣିଷ ମଣିଷ ମଧ୍ୟରେ ଭେଦଭାବ ଦୁର ପାଇଁ ଗଣମାଧ୍ୟମ ଠାରୁ ଆରମ୍ଭ କରି ନ୍ୟାୟପାଳିକ ପର୍ଯ୍ୟନ୍ତ ସବୁଠି ସଚେତନ କରାଯାଉଛି । କିନ୍ତୁ ଲୋକେ ଏବେ ବି ସମ୍ମାନର ଦ୍ୱାହି ଦେଇ ନିଜ ଝି÷ଅକୁ ମାରିବାକୁ ପଛାଉ ନାହାନ୍ତି । ଏଭଳି ଏକ ଅନର କିଲିଂ ଘଟଣା ଘଟିଛି, ଯାହା ମଣିଷ ସମାଜ ପାଇଁ ଅତ୍ୟନ୍ତ ଲଜ୍ଜ୍ୟାକର ।

ମଧ୍ୟପ୍ରଦେଶର ଖଣ୍ଡବା ଜିଲ୍ଲାରେ ଅନର କିଲିଂର ଏକ ଘଟଣା ସାମ୍ନାକୁ ଆସିଛି ।  ଖଣ୍ଡବାର ଆଦିବାସୀ ଅଧୂଷିତ ବିକାଶଖଣ୍ଡ ଖାଲବାରେ ଜଣେ ଯୁବତୀଙ୍କୁ ଜୀବନ୍ତ ଜଳାଇ ଦିଆଯାଇଛି । ଏହା ହେଉଛି ସ୍ଥାନୀୟ ଅଂଚଳରେ ପ୍ରଥମ ଘଟଣା । କୁହାଯାଇଛି କି, ମୃତ ଯୁବତୀଙ୍କ ନାମ ହେଉଛି ଲକ୍ଷ୍ମୀ ଯଦୁବଂଶୀ । ଯୁବତୀଙ୍କ ପିତା ଏବଂ ଭାଇ ତାଙ୍କୁ ପ୍ରେମିକଙ୍କ ଘରୁ ଘୋଷାଡି ଆଣି କିରୋସିନ ଢାଳି ହତ୍ୟା କରିଛନ୍ତି ।

ସୂଚନାନୁଯାୟୀ, ଯୁବତୀ ଜଣଙ୍କ ତାଙ୍କ ପ୍ରେମିକ ରାଜକୁମାରଙ୍କ ସହ ଶୁକ୍ରବାର ଦିନ କୋର୍ଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେ ଖଣ୍ଡବା କୋର୍ଟ୍ ଯିବା ପାଇଁ ରାଜକୁମାରଙ୍କ ଘରକୁ ଆସିଥିଲେ । ଏନେଇ ଯୁବତୀଙ୍କ ପିତା ଖବର ପାଇଥିଲେ । ପରେ ତାଙ୍କ ପିତା ଏବଂ ଭାଇ ରାଜକୁମାରଙ୍କ ଘରେ ପହଂଚି ଲକ୍ଷ୍ମୀଙ୍କୁ ଘରୁ ଘୋଷାଡି ଆଣିବା ସହ ତାଙ୍କ ଉପରେ କରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଘଟଣାସ୍ଥଲରେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିଲା ।

ଖଣ୍ଡବା ଏସପି ରବି ବର୍ଧନ ମିଶ୍ର କହିଛନ୍ତି କି, ସେ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଅଭିଯୁକ୍ତ ପିତା ଏବଂ ଭାଇଙ୍କୁ ଗିରଫ କରିଛନ୍ତି । ଦୁଇ ଜଣଙ୍କ ବିରୋଧରେ ହତ୍ୟା କରିବା ନେଇ ମାମଲା ରୁଜୁ ହୋଇଛି । ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଯାଇଥିବା ସେ କହିଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ବୟାନ ନିଆଯିବ ବୋଲି କହିଛନ୍ତି ଏସପି ।

ମାମଲାରେ ଯାଂଚରୁ ଜଣାପଡିଛି କି, ଯୁବତୀଜଣଙ୍କ ଏକାଦଶ ଶ୍ରେଣୀରେ ପଢୁଥିଲେ । କିନ୍ତୁ ତାଙ୍କ ପ୍ରେମିକ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ଦୁହିଁଙ୍କ ମଧ୍ୟରେ ୧୦ ମାସ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ରାଜକୁମାରଙ୍କ ମା ମଧ୍ୟ ଲକ୍ଷ୍ମୀଙ୍କୁ ପସନ୍ଦ କରୁଥିଲେ । ସେ ଲକ୍ଷ୍ମୀଙ୍କ ପିତାଙ୍କ ସହ ବିବାହ ନେଇ କଥା ହୋଇଥିଲେ । କିନ୍ତୁ ଲକ୍ଷ୍ମୀଙ୍କ ପିତା ଏହାକୁ ସିଧା ମନା କରିଦେଇଥିଲେ । ଏହା ପରେ ଲକ୍ଷ୍ମୀ ରାଜକୁମାରଙ୍କୁ ବିବାହ କରିବା ପାଇଁ ଜରୁରୀ କାଗଜପତ୍ର ସଂଗ୍ରହ କରିଥିଲେ ।