କଂଗ୍ରେସ ନେତାଙ୍କ ଅନୁମତି ବିନା କିଛି କରି ପାରିବି ନାହିଁ : କୁମାରସ୍ଵାମୀ।

0
336
kumarswamy cm of karnataka
kumarswamy cm of karnataka

ନୂଆଦିଲ୍ଲୀ : ମୁଁ ରାଜ୍ୟର ବିକାଶ ପାଇଁ ଦାୟୀ। ମୋତେ ମୁଖ୍ୟମନ୍ତ୍ରୀ ରୂପେ କାମ କରିବାର ଅଛି। ମାତ୍ର ମୋତେ ପ୍ରତ୍ୟେକ କାମ ପାଇଁ କଂଗ୍ରେସ ନେତାଙ୍କଠୁ ଅନୁମତି ନେବାକୁ ପଡ଼ିବ। ତାଙ୍କର ଅନୁମତି ବିନା ମୁଁ କିଛି କରି ପାରିବି ନାହିଁ। କାରଣ ସେମାନେ ମୋତେ ସମର୍ଥନ ଦେଇଛନ୍ତି ବୋଲି କହିଛନ୍ତି କୁମାରସ୍ଵାମୀ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ କହିଛନ୍ତି ଯେ ସେ କଂଗ୍ରେସର ଦୟାରୁ ରାଜ୍ୟର କ୍ଷମତାକୁ ଆସିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବିଧାନସଭା ନିର୍ବାଚନ ସମୟରେ ତାଙ୍କର ପାର୍ଟି ଲୋକଙ୍କୁ ଜନାଦେଶ ମାଗିଥିଲା। ଯାହା ମିଳିଲା ନାହିଁ।

ମୋର ପାର୍ଟି ଏକାକୀ ସରକାର ଗଠନ କରିନାହିଁ। ମୁଁ ଲୋକଙ୍କୁ ଏମିତି ଜନାଦେଶ ମାଗିଥିଲି ଯେମିତି ଅନ୍ୟ କାହାର ଚାପର ବଶବର୍ତ୍ତୀ ହେବାକୁ ପଡ଼ିବ ନାହିଁ। ମାତ୍ର ଆଜି କଂଗ୍ରେସର ଦୟାରେ ଅଛି।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ ସୋମବାର ସ୍ପଷ୍ଟ କରି ଦେଇଛନ୍ତି ଯେ ସେ ଚାଷୀଙ୍କ ଋଣ ଛାଡ଼ ପାଇଁ ପ୍ରତିବଦ୍ଧ ଅଟନ୍ତି। ଯଦି ସେ ଋଣ ଛାଡ଼ କରି ନପାରନ୍ତି ତେବେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହିଛନ୍ତି କୁମାରସ୍ଵାମୀ। ଗତ ସପ୍ତାହରେ କଂଗ୍ରେସ ସମର୍ଥନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିବା କୁମାରସ୍ଵାମୀ କହିଛନ୍ତି ଯେ ସେ କୃଷକଙ୍କ ଋଣ ଛାଡ଼ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି। ଏହି ବିଷୟରେ ସେ ବୁଧବାର ବିସ୍ତୃତ ସୂଚନା ଦେବେ।

ପିଏମ ମୋଦୀଙ୍କୁ ଭେଟିବା ପରେ କୁମାରସ୍ଵାମୀ କହିଛନ୍ତି ଯେ ସେ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ ଋଣ ଛାଡ଼ କରି କି ହିଁ ରହିବେ। ନିର୍ବାଚନ ସମୟରେ ସେ ଏହି ପ୍ରତିଶ୍ରୁତି ଦେଇଥିଲେ ଯେ ୨୪ ଘଣ୍ଟା ମଧ୍ୟରେ ସେ କୃଷି ଋଣ ଛାଡ଼ କରିବେ। ଏହା ସତ୍ୟ କଥା। କିନ୍ତୁ ମୋତେ ତ କିଛି ସମୟ ଦିଅନ୍ତୁ। କାରଣ ମୁଁ ଆଜି କଂଗ୍ରେସ ଦୟାରେ ମୁଖ୍ୟମନ୍ତ୍ରୀ ହୋଇଛି। କୁମାରସ୍ଵାମୀ କହିଛନ୍ତି ରାଜ୍ୟର ଲୋକେ ମୋତେ ଏବଂ ମୋର ପାର୍ଟିକୁ ଖାରଜ କରିଛନ୍ତି। ମୋତେ ପୂର୍ଣ୍ଣ ବହୁମତ ଦେବାକୁ ନିବେଦନ କରିଥିଲି। ମାତ୍ର ମୋ ଦଳକୁ ମିଳିନଥିଲା।