ମହିଳାଙ୍କ ମୃତ୍ୟୁ, ନିଜ ତଣ୍ଟି କାଟିଲେ ଡାକ୍ତର

0
419
doctor cut own throat
doctor cut own throat
ବରଗଡ଼ : ନିଜର ଭୁଲ ଚିକତ୍ସାକୁ ହୃଦୟଙ୍ଗମ କରି ଜଣେ ଡାକ୍ତର ନିଜକୁ ଦଣ୍ଡ ଦେବା ଘଟଣା ପ୍ରଥମଥର ପାଇଁ ଘଟିଛି । ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ବନବାସପାଲିରେ ।

ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କିମ୍ବା ଭୁଲ ଚିକିତ୍ସା ଯୋଗୁଁ ରୋଗୀ ମୃତ୍ୟୁବରଣ କରୁଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । କିନ୍ତୁ ନିଜର ଭୁଲ ଚିକତ୍ସାକୁ ହୃଦୟଙ୍ଗମ କରି ଜଣେ ଡାକ୍ତର ନିଜକୁ ଦଣ୍ଡ ଦେବା ଘଟଣା ପ୍ରଥମଥର ପାଇଁ ଘଟିଛି । ଭୁଲ ଚିକିତ୍ସା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଚିକିତ୍ସା କରୁଥିବା ଡାକ୍ତର ନିଜ ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି । ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ବନବାସପାଲିରେ । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଦର ଥାନା ଅନ୍ତର୍ଗତ ବନବାସପାଲି ଗ୍ରାମର ସାହେବ ସାହୁଙ୍କ ପତ୍ନୀ ଲବଙ୍ଗ ସାହୁ(୩୫)ର ଦାନ୍ତ ଯନ୍ତ୍ରଣା ହେଉଥିଲା । ସେ ଡାକ୍ତର ସୁବୋଧ ସାହୁ କ୍ଲିନିକ୍‌ରେ ଚିକିତ୍ସିତ ହେଉଥିଲେ । ଡାକ୍ତର ଲବଙ୍ଗଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲା । ପରେ ମହିଳା ଜଣକ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଡାକ୍ତରଙ୍କ ଭୁଲ ଇଞ୍ଜେକସନ୍‌ ଯୋଗୁଁ ଲବଙ୍ଗଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ତାଙ୍କ ପରିବାର ବର୍ଗ ଓ କିଛି ଗ୍ରାମବାସୀ କ୍ଲିନିକକୁ ଯାଇଥିବା ବେଳେ ଡାକ୍ତର ସୁବୋଧ ହଠାତ ଏକ ଧାରୁଆ ଛୁରୀରେ ନିଜ ଗଳାକୁ କାଟି ଦେଇଛନ୍ତି । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବରଗଡ଼ ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପକ୍ଷରେ ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଛି । ମହିଳାଙ୍କ ଶବ ବରଗଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରବର୍ଗ ଙ୍କୁ ହସ୍ତାନ୍ତର କରାଯିବ ବୋଲି ଟାଉନ ଥାନା ଆଇଆଇସି ବିଭୂତି ଭୋଇ କହିଛନ୍ତି ।