କ୍ରିୟାଶୀଳ ହେଉଛନ୍ତି ରାଜନୈତିକ ଦଳର ମହିଳା ଶାଖା

0
363
c-voter-survey 6 mp for bjd 12 for bjp
c-voter-survey 6 mp for bjd 12 for bjp

ଭୁବନେଶ୍ୱର : ନିର୍ବାଚନ ପାଖେି ଆସୁଥିବା ବଳେ ରାଜ୍ୟରେ ରାଜନୈତିକ ଉଷ୍ମ୍ତାତା ଦେଖାଦେଇଛି । ବିଭିନ୍ନ ରାଜନୈତିକ ଦଳର ସାଂଗଠନିକ କାର୍ଯ୍ୟକ୍ରମ ଜୋରଦାର ହୋଇଛି । ଇତି ମଧ୍ୟରେ ପ୍ରମୁଖ ରାଜନୈତିକ ଦଳର ମହିଳା ଶାଖା ମଧ୍ୟ କ୍ରିୟାଶୀଳ ହେଇଛି । ବିଜେଡି ମହିଳା ଶାଖାର ସମ୍ମିଳନୀରେ ପରେ ବିଜେପି ଆରମ୍ଭ କରିବାକୁ ଘୋଷଣା କରିଥିବା ବେଳେ କଂଗ୍ରେସ ମହିଳା ଶାଖା ମଧ୍ୟ ପଛରେ ନାହିଁ ।
ଆଉ ୮ ମାସ ରହିଲା ସାଧାରଣ ନିର୍ବାଚନ । ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ସରଗରମ ହେଉଛି ରାଜନୈତିକ ପାଣିପାଗ । ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକ୍ରମ ଜୋର ଧରିଛି । ବିଜେଡି ସଂଗଠନକୁ ସୁଦୃଢ଼ କରିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ମହିଳା ଶଖା କ୍ରିୟାଶୀଳ ହୋଇଛି ।

ନିକଟରେ ମହିଳା ଶାଖା ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମିଳନୀ କରାଯାଇଛି । ଜିଲ୍ଲା ଓ ବ୍ଲକ ସ୍ତରର ମହିଳା ନେତ୍ରୀ ତଥା କର୍ମୀଙ୍କୁ ଚଳ ଚଂଚଳ କରିବାକୁ ଦିଆଯାଇଛି ଗୁରୁମନ୍ତ୍ର । ରାଜ୍ୟ ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଂଚାଇବା ସହ ସଂପର୍କ ସୁଦୃଢ଼ କରିବାକୁ କୁହାଯାଇଛି । ବିଜେଡି ମହିଳା ଶାଖାର କାର୍ଯ୍ୟକ୍ରମ ପରେ ବିଜେପି ମଧ୍ୟ କାର୍ଯ୍ୟକ୍ରମ କରିଛି । ବିଜେପି ମହିଳା ଶାଖାର ମହାଅଧିବେଶନ ହୋଇ ଯାଇଛି । ମହିଳା ନେତ୍ରୀ କର୍ମୀମାନଙ୍କୁ ସକ୍ରୀୟ କରିବାକୁ ସୋସିଆଲ ମିଡିଆର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛି ବିଜେପି ।

ତୃଣମୂଳ ସ୍ତରରେ ମହିଳା ଭୋଟରଙ୍କୁ କେନ୍ଦ୍ର ସରକାରଙ୍କ ସଫଳତା ସହ ରାଜ୍ୟ ସରକାରଙ୍କ ବିଫଳତା ସଂପର୍କରେ ଅବଗତ କରିବେ ବିଜେପି ମହିଳା କର୍ମିୀ । ଏ ନେଇ ସେମାନଙ୍କୁ ତାଲିମ ଦିଆଯାଇଥିବା ମଧ୍ୟ ଜଣାପଡିଛି । ଅନ୍ୟ ପକ୍ଷରେ କଂଗ୍ରେସ ମହିଳା ଶାଖା ମଧ୍ୟ ଅଂଟା ଭିଡିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ବିରୋଧରେ ମହିଳା ଜନ ଆକ୍ରୋଶ ଆନ୍ଦୋଳନ କରିବ ମହିଳା କଂଗ୍ରେସ । ଆସନ୍ତା ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତି ଜିଲ୍ଲାରେ ଏହି ଆନ୍ଦୋଳନ କରି ମହିଳା ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛି ।

ମହିଳା ଭୋଟର ନିର୍ଣ୍ଣାୟକ ଭୂମିକା ତୁଲାଉଥିବାରୁ ସବୁ ରାଜନୈତିକ ଦଳ ଏହା ଉପରେ ଜୋର ଦେଉଛି । ତିନି ପ୍ରମୁଖ ରାଜନୈତିକ ଦଳର ମହିଳା ଶଖାର କାର୍ଯ୍ୟକ୍ରମରେ କିଏ ଫାଇଦା ନେଉଛି ତାହା ଆଗାମୀ ଦିନରେ ଦେଖିବାକୁ ରହିଲା ବୋଲି ଆଲୋଚନା ହେଉଛି ।