ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ

0
337
writer rasaraj narayana singh
writer rasaraj narayana singh
ଭୁବନେଶ୍ୱର : ଜଣାଶୁଣା ଓଡ଼ିଆ କବି ଓ କଥାଚିତ୍ର ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ ହୋଇଯାଇଛି। ଗତ କିଛି ଦିନ ହେବ ବୃକକ୍‌ ଓ ହୃଦରୋଗରେ ଆକ୍ରାନ୍ତ ହୋଇ ସେ ଶଯ୍ୟାଶାୟୀ ଥିଲେ।

 ଓଡ଼ିଆ କବି ଓ କଥାଚିତ୍ର ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ ବୃକକ୍‌ ଓ ହୃଦରୋଗରେ ଆକ୍ରାନ୍ତ ହୋଇ ସେ ଶଯ୍ୟାଶାୟୀ ଥିଲେ।

ରସରାଜ ନାରାୟଣ ପ୍ରସାଦ ସିଂହ ଜଣେ ଜଣାଶୁଣା ଓଡ଼ିଆ କବି ଓ କଥାଚିତ୍ର ଗୀତିକାର ଥିଲେ । ସେ ୨୮ ମଇ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ଅସୁରେଶ୍ଵର ବିଦ୍ୟାଳୟରେ ପଢିବା ବେଳେ ସେ ସାହିତ୍ୟ ଶିକ୍ଷକ ଗୋଲକ ଚନ୍ଦ୍ର ପ୍ରଧାନଙ୍କ ଠାରୁ ପ୍ରେରଣା ପାଇ ଅଷ୍ଟମ ପଢିବା ବେଳେ କବିତା ଲେଖା ଆରମ୍ଭ କରିଥିଲେ । ୧୯୫୦ମସିହାରେ ତାଙ୍କୁ ଆକାଶବାଣୀ କଟକରେ କବିତା ପଢିବାର ସୁଯୋଗ ମିଳିଲା । କବିତାକୁ ଗୀତ କରିବାର ଧାରା ସେ କାଳୀଚରଣ ପଟ୍ଟନାୟକଙ୍କ ଠାରୁ ଶିଖିଥିଲେ । ୧୯୬୦ରେ ତାଙ୍କୁ ଆକାଶବାଣୀରେ ସ୍ଵୀକୃତିପ୍ରାପ୍ତ ଗୀତିକାରର ମାନ୍ୟତା ମିଳିଲା । ୧୯୬୨ରେ ତାଙ୍କୁ ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ମିଳିଲା । ଚଳଚ୍ଚିତ୍ର ଥିଲା “ନୂଆ ବୋଉ” ଓ ପ୍ରଥମ ଗୀତ ଥିଲା “ରଥ ଯା ଚାଲି ଯା”। ପ୍ରାୟ ଶହେରୁ ଅଧିକ ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ ନାରାୟଣ। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଓଡିଆ ସଙ୍ଗୀତ ଜଗତରେ ଏକପ୍ରକାର ଶୋକର ଛାୟା ଖେଳିଯାଇଛି।